ଦେଶରେ କମୁଛି କରୋନା : ଗୋଟିଏ ଦିନରେ ୬୦, ୭୫୩ ଆକ୍ରାନ୍ତ ଚିହ୍ନଟ, ୧୬୪୭ ମୃତ

88

କନକ ବ୍ୟୁରୋ : ଦେଶରେ ସଂକ୍ରମଣ ସଂଖ୍ୟା ସ୍ଥିର ରହିଛି କିନ୍ତୁ ମୃତ୍ୟୁ ସଂଖ୍ୟା ପୂର୍ବ ସପ୍ତାହ ତୁଳନାରେ କମୁଛି ଏବଂ ସୁସ୍ଥ ହାର ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ସାରାଦେଶରୁ ୬୦ ହଜାର ୭୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୭ ହଜାର ୭୪୩ ଜଣ ସୁସ୍ଥ ହୋଇଛନ୍ତି ଓ ୧୬୪୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ୭ ଲକ୍ଷ ୬୦ ହଜାର ୧୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଯାହାକି ଗତ ୭୪ ଦିନ ଭିତରେ ସର୍ବନିମ୍ନ ବୋଲି କୁହାଯାଉଛି । ଫଳରେ ସୁସ୍ଥ ହାର ୯୬ଦଶମିକ ୧୬ ପ୍ରତିଶତରେ ପହଁଚିଛି । କରୋନା ଯୋଗୁଁ ଦେଶରେ ଏପର୍ଯ୍ୟନ୍ତ ୩ଲକ୍ଷ ୮୫ ହଜାର ୧୩୭ଜଣଙ୍କର ମୃତ୍ୟୁ ହେଲାଣି । ଦେଶର ଦୈନିକ ସଂକ୍ରମଣ ହାର ୨ଦଶମିକ ୯୮ ପ୍ରତିଶତ ରହିଛି । ଲଗାତାର ୧୨ ଦିନ ହେଲା ଦେଶର ଦୈନିକ ସଂକ୍ରମଣ ହାର ୫ପ୍ରତିଶତ ତଳେ ରହିଛି ।