ଦେଶରେ ୨୪ ଘଂଟାରେ ୯୦୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ : ମୋଟ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି, ଦିନକରେ ୫୬ ହଜାର ୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୧୯ ଲକ୍ଷ ୬୪ ହଜାରକୁ ବୃଦ୍ଧି

232

କନକ ବ୍ୟୁରୋ : ଦେଶରେ ୪୦ ହଜାର ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୯୦୪ ଆକ୍ରାନ୍ତଙ୍କ ମୃତ୍ୟୁ ସହ ମୋଟ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ୧୬ ହଜାର ୪୭୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁରେ ୪ ହଜାର ୪୬୧ଜଣଙ୍କର ମୃତ୍ୟୁ ହୋଇଛି  । ସେପଟେ ଦିନକରେ ୫୬ ହଜାର ୨୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୬୪ ହଜାରକୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୩ ଲକ୍ଷ ୨୮ ହଜାର ୩୩୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫ ଳକ୍ଷ ୯୫ ହଜାର ୫୦୧ ସକ୍ରିୟ ରୋଗୀ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧୪ ଜଣ, ଆନ୍ଧ୍ରପ୍ରଦେଶରେ ୧୬୮୧ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୨୧ ଜଣ, ବିହାରରେ ୩୫୫ ଜଣ, ଚଣ୍ଡିଗଡ଼ରେ ୨୦ ଜଣ, ଛତିଶଗଡ଼ରେ ୭୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୪୪ ଜଣ, ଗୋଆରେ ୬୪ ଜଣ, ଗୁଜରାଟରେ ୨୫୫୬ ଜଣ, ହରିୟାଣାରେ ୪୫୫ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୨୬ ଜଣ, ଝାଡ଼ଖଣ୍ଡରେ ୧୩୬ ଜଣ, କର୍ଣ୍ଣାଟକରେ ୨୮୦୪ ଜଣ, କେରଳରେ ୯୪ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୯୨୯ ଜଣ, ମହାରାଷ୍ଟ୍ରରେ ୧୬୪୭୬ ଜଣ, ମଣିପୁରରେ ୭ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ୬ ଜଣ, ଓଡ଼ିଶାରେ ୨୨୫ ଜଣ, ପୁଦ୍ଦୁଚେରୀରେ ୬୫ ଜଣ, ପଞ୍ଜାବରେ ୪୯୧ ଜଣ, ରାଜସ୍ଥାନରେ ୭୭୫ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୪୪୬୧ ଜଣ, ତେଲେଙ୍ଗାନାରେ ୫୮୯ ଜଣ, ତ୍ରିପୁରାରେ ୩୧ ଜଣ, ଉତ୍ତରାଖଣ୍ଡରେ ୯୮ ଜଣ, ଉତ୍ତରପ୍ରଦେଶରେ ୧୮୫୭ ଜଣ ଏବଂ ପଶ୍ଚମବଙ୍ଗରେ ୧୮୪୬ ଜଣ ।