ଦେଶରେ ଦିନକରେ ୫୪,୦୬୯ ନୂଆ ଆକ୍ରାନ୍ତ, ୧୩୨୧ ମୃତ୍ୟୁ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୮୨,୭୭୮ କୁ ବୃଦ୍ଧି

91

କନକ ବ୍ୟୁରୋ : ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୪,୦୬୯ ନୂଆ ସଂକ୍ରମଣ ଓ ୧୩୨୧ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୦୦,୮୨,୭୭୮ ଓ ମୃତ୍ୟୁସଂଖ୍ୟା ୩,୯୧,୯୮୧ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୮୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୯୦,୬୩,୭୪୦ରେ ପହଞ୍ଚିଛି ।

ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬,୯୧,୯୮୧ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୦,୧୬,୨୬,୦୮୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୩ ତାରିଖ ସୁଦ୍ଧା ସମୁଦାୟ ୩୯,୭୮,୩୨,୬୬୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୫୯,୪୬୯ଟି ନମୁନା ।