କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ ବଢ଼ୁଛି ମୃତ୍ୟୁ । ୨୪ ଘଂଟାରେ ୫୦ ହଜାର ୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୦୪ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧ ଲକ୍ଷ ୩୬ ହଜାର ୯୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୦ ହଜାର ୪୪୩ ରହିଛନ୍ତି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୭ ହଜାର ୯୮୧ ରହିଛି । ଦୈନିକ ପଜିଟିଭ ହାର ରହିଛି ୩ ଦଶମିକ ୪୮ ପ୍ରତିଶତ ।
ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ; ୮୦୪ ମୃତ
/kanak/media/post_attachments/wp-content/uploads/2021/12/gettyimages-1213906768-640x640-1.jpg)