ଦେଶରେ ସାମନ୍ୟ ବଢ଼ିଲା କରୋନା ସଂକ୍ରମଣ : ୪୫,୮୯୨ ଆକ୍ରାନ୍ତ ଚିହ୍ନଟ, ୮୧୭ ମୃତ୍ୟୁ

71

କନକ ବ୍ୟୁରୋ : ଦେଶରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୪୫ ହଜାର ୮୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୭ ଜଣଙ୍କ ମୃତ୍ୟୁ ହୋଇଛି । ୪୪ ହଜାର ୨୯୧ ଜଣ ସୁସ୍ତ ହୋଇଛନ୍ତି । ଦେଶର ମୋଟ ସଂକ୍ରମଣ ସଂଖ୍ୟା ୩କୋଟି ୭ ଲକ୍ଷ ୯ ହଜାର ୫୫୭ ରହିଛି । ସୁସ୍ଥ ହୋଇଛନ୍ତି ୨କୋଟି ୯୮ ଲକ୍ଷ ୪୩ ହଜାର ୮୨୫ଜଣ । ଏବେ ବି ସକ୍ରିୟ ଅଛନ୍ତି ୪ ଲକ୍ଷ ୬୦ ହଜାର ୭୦୪ ଜଣ । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୨୮ ।