ଦେଶର କରୋନା ମିଟର : ଗତ ୨୪ଘଣ୍ଟାରେ ୩,୯୨,୪୮୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୩୬୮୯ ଆକ୍ରାନ୍ତଙ୍କ ମୃତ୍ୟୁ

77

କନକ ବ୍ୟୁରୋ : ଦେଶର କରୋନା ମିଟର । ଗତ ୨୪ ଘଂଟାରେ ଦେଶରୁ ୩ଲକ୍ଷ ୯୨ହଜାର ୪୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୫ଲକ୍ଷ ୫୭ହଜାର ୪୫୭ରେ ପହଁଚିଛି । ଅନ୍ୟପଟେ ଗତ ୨୪ଘଂଟାରେ ୩ହଜାର ୬୮୯ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ । ଦେଶରେ କରୋନାଜନିକ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୫ହଜାର ୫୪୨ ଛୁଇଁଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୪୯ହଜାର ୬୪୪ ରହିଥିବାବେଳେ ମୋଟ ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ଜଣ ସୁସ୍ଥ ହୋଇସାରିଲେଣି ।