କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫୪୯କୁ ହ୍ରାସ ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୪୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟ ୪୦,୦୨୬ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷକୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪,୧୨,୫୩୧ ଓ ମୋଟ ଆରୋଗ୍ୟ ସଂଖ୍ୟା ୩,୦୧,୮୩,୮୭୬ ରେ ପହଞ୍ଚିଛି । ତେବେ ଏବେ ବି ଦେଶରେ ୪,୩୦,୪୨୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଯାହାକି ମୋଟ ଆକ୍ରାନ୍ତ ସଂଖ୍ୟାର ୧.୩୯ ପ୍ରତିଶତ । ସେହିପରି ଦେଶର ସାପ୍ତାହିକ ପଜିଟିଭିଟି ହାର ଏବେ ୨.୧୪ ପ୍ରତିଶତ ରହିଛି । ସେହିପରି ଆରୋଗ୍ୟ ହାର ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୮ ଲକ୍ଷ ୭୮ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୯,୫୩,୪୩,୭୬୭ ଜଣଙ୍କୁ ଟିକା ଦିଆଯାଇଛି ।
#ଦେଶର_କରୋନା_ରିପୋର୍ଟ
ଗତ ୨୪ ଘଣ୍ଟା ଭିତରେ ଦେଶରୁ ୩୮,୯୪୯ ନୂଆ ପଜିଟିଭ୍ ଚିହ୍ନଟ । ସୁସ୍ଥ ହେଲେ ୪୦,୦୨୬ ସଂକ୍ରମିତ । ଗତ ୨୪ ଘଣ୍ଟା ଭିତରେ ଦେଶରେ ୫୪୨ କରୋନା ମୃତ୍ୟୁ । #COVID19#MaskUpIndia#KanakNewspic.twitter.com/hPIHQxEOXi— Kanak News (@kanak_news) July 16, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/2-17.jpg)