ଦେଶରେ ଉପର ମୁହାଁ କରୋନା ମିଟର : ଦେଶରେ ଦିନକରେ ୩,୮୬,୪୫୨ ନୂଆ ଆକ୍ରାନ୍ତ, ୩୪୯୮ ମୃତ

Advertisment
ଦେଶରେ ଉପର ମୁହାଁ କରୋନା ମିଟର : ଦେଶରେ ଦିନକରେ ୩,୮୬,୪୫୨ ନୂଆ ଆକ୍ରାନ୍ତ, ୩୪୯୮ ମୃତ

କନକ ବ୍ୟୁରୋ : ଦେଶରେ ଉପର ମୁହାଁ କରୋନା ମିଟର । ସାରା ଦେଶରେ ୪ଲକ୍ଷ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୮୬ ହଜାର ୪୫୨ ନୂଆ କରୋନା ଆକ୍ରାନ୍ତ । ୨୪ଘଂଟାରେ ଦେଶରେ ୩ହଜାର ୪୯୮ ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ୨ଲକ୍ଷ ୮ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ଏବେ ଦେଶରେ ୩୧ଲକ୍ଷ ୭୦ ହଜାର ୨୨୮ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍‌ ୨୯ ତାରିଖ ସୁଦ୍ଧା ସମୁଦାୟ ୨୮,୬୩,୯୨,୦୮୬ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୯,୨୦,୧୦୭ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe