୨୪ ଘଂଟାରେ ଦେଶର କରୋନା ମିଟର : ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୨୦ ମୃତ; ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଉଦବେଗଜନକ

94

କନକ ବ୍ୟୁରୋ : ଦେଶରେ ବେକାବୁ କରୋନା ସଂକ୍ରମଣ । ୨୪ଘଂଟା ଭିତରେ ୩ଲକ୍ଷ ୬୨ହଜାର ୭୨୭ ନୂଆ ସଂକ୍ରମଣ ସାମ୍ନାକୁ ଆସିଥିବା ବେଳେ ୪୧୨୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ସେହିପରି ୨୪ଘଂଟା ଭିତରେ କରୋନା ସଂକ୍ରମଣରୁ ୩ଲକ୍ଷ ୫୨ହଜାର ୧୮୧ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୩୭ ଲକ୍ଷ ୩ହଜାର ୬୬୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ଏକ କୋଟି ୯୭ ଲକ୍ଷ ୩୪ହଜାର ୮୨୩ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୭ଲକ୍ଷ ୧୦ହଜାର ୫୨୫ଜଣ ଅଛନ୍ତି । ସେହିପରି ମୋଟ ମୃତକଙ୍କ ସଂଖ୍ୟା ରହିଛି ୨ଲକ୍ଷ ୫୮ହଜାର ୩୧୭ ।

ଯଦିଓ ଗତ ସପ୍ତାହ ତୁଳନାରେ ଏଇ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା କମ ରହିଛି । ମହାରାଷ୍ଟ୍ରରେ କରୋନାର ବେଗ ପୁଣି ବଢିଛି । ଦିଲ୍ଲୀରେ ମାମଲା କିଛି ପରିମାଣରେ କମିଛି । କରୋନା ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ପରେ ଅଧିକ ସଂକ୍ରମିତ ସଂଖ୍ୟା ଭାରତରେ ଅଛନ୍ତି । ମୃତ୍ୟୁରେ ଭାରତ ତୃତୀୟ ସ୍ଥାନରେ ଅଛି । ଆମେରିକା ଓ ବ୍ରାଜିଲରେ କରୋନାରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ତେବେ ଭଲ ଖବର ହେଉଛି, ଭାରତରେ ସୁସ୍ଥହାର ଅଧିକ ଅଛି । ତେବେ ଚିନ୍ତାଜନକ ବିଷୟ ହେଉଛି, ଦେଶର ୫ ରାଜ୍ୟରେ କରୋନାର ପ୍ରଭାବ ଅଧିକ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ସଂକ୍ରମଣ ହାର ଅଧିକ ଅଛି । ମହାରଷ୍ଟ୍ର ଓ କେରଳରେ ସ୍ଥିତି ଉଦବେଗଜନକ ଅଛି ।