ଦେଶରେ ୨ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୩,୫୭,୨୨୯ ନୂଆ ଆକ୍ରାନ୍ତ ଚିହ୍ନଟ

107

କନକ ବ୍ୟୁରୋ :ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେଲା ଲଗାତାର ସାଢେ ୩ଲକ୍ଷ ଚିହ୍ନଟ ହେଉଛି । ଗତ ୨୪ ଘଂଟାରେ ଦେଶରେ ୩ଲକ୍ଷ ୫୭ ହଜାର ୨୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୩ ହଜାର ୪୪୯ ଜଣଙ୍କ ଜୀବନ ନେଇଛି କରୋନା । ସେହିପରି ୨୪ ଘଂଟାରେ ୩ଲକ୍ଷ ୨୦ ହଜାର ୨୮୯ ଜଣ ସୁସ୍ଥ ହେଲେଣି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨ଲକ୍ଷ ୮୧ ହଜାର ୮୩୩କୁ ଛୁଇଁଛି ।

ସେମାନଙ୍କ ମଧ୍ୟରୁ ୧କୋଟି ୬୬ ଲକ୍ଷ ୧୩ ହଜାର ୨୯୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨ଲକ୍ଷ ୨୨ ହଜାର ୪୦୮ ଜଣଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୪୭ ହଜାର ୧୩୩ ରହିଛି । ଅନ୍ୟପଟେ ଆଜି ସୁଦ୍ଧା ୧୫ କୋଟି ୮୯ ଲକ୍ଷ ୩୨ ହଜାର ୯୨୧ ଜଣଙ୍କୁ କୋଭିଡ୍ ଟିକାକରଣ କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।