ଦେଶରେ କମିଲା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା : ୨୪ ଘଣ୍ଟାରେ ୩୪,୭୦୩ ଆକ୍ରାନ୍ତ ଚିହ୍ନଟ, ୫୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ

109

କନକ ବ୍ୟୁରୋ : ଦେଶରେ କମିଲା କରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ୧୧୧ଦିନ ପରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୩୪ ହଜାର ୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୫୧ ହଜାର ୮୬୪ ଜଣଙ୍କ ସୁସ୍ଥ ହୋଇଛନ୍ତି ।

ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୩କୋଟି ୬ ଲକ୍ଷ ୧୯ ହଜାର ୯୩୨ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୯୭ ଲକ୍ଷ ୫୨ ହଜାର ୨୯୪ ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪ ଲକ୍ଷ ୬୪ ହଜାର ୩୫୭ ଜଣ । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧ ରେ ପହଞ୍ଚିଛି।