ଦିନକରେ ୩,୨୬,୦୯୮ ନୂଆ ଆକ୍ରାନ୍ତ, ୩,୮୯୦ ମୃତ : ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୩,୭୨,୯୦୭କୁ ବୃଦ୍ଧି

ଦେଶରେ ଦିନକରେ ୫୪,୦୬୯ ନୂଆ ଆକ୍ରାନ୍ତ, ୧୩୨୧ ମୃତ୍ୟୁ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୮୨,୭୭୮ କୁ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩,୮୯୦ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୪୩,୭୨,୯୦୭ ଓ ମୃତ୍ୟୁସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଛି ।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୩,୨୯୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୦୪,୩୨,୮୯୮ରେ ପହଞ୍ଚିଛି । ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬,୭୩,୮୦୨। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୮,୦୪,୫୭,୫୭୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୪ ତାରିଖ ସୁଦ୍ଧା ସମୁଦାୟ ୩୧,୩୦,୧୭,୧୯୩ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୬,୯୩,୦୯୩ଟି ନମୁନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe