ଦେଶର କରୋନା ମିଟର : ଦିନକରେ ୩,୨୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୭୧ ମୃତ

Advertisment
୨୪ ଘଂଟାରେ ଦେଶର କରୋନା ମିଟର : ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୨୦ ମୃତ; ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଉଦବେଗଜନକ

କନକ ବ୍ୟୁରୋ : ଦେଶର କରୋନା ସଂକ୍ରମଣ । ଦିନକରେ ୩ଲକ୍ଷ ୨୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଁଚିଛି । ସେହିପରି ଦିନକରେ ୨ ହଜାର ୭୭୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୯୭ହଜାର ୮୯୪ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଗତ ୨୪ ଘଂଟାରେ ୨ଲକ୍ଷ ୫୧ ହଜାର ୮୨୭ଜଣ ସୁସ୍ଥ ହୋଇଛନ୍ତି । ମୋଟରେ ୧କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୮ ଲକ୍ଷ ୮୨ ହଜାର ୨୦୪ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe