ପିକ୍ ଆଡକୁ ମୁହାଁଉଛି ଦେଶରେ କରୋନା ସଂକ୍ରମଣ : ୮ ମାସ ପରେ ୩ଲକ୍ଷ ପାର କଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

146

କନକ ବ୍ୟୁରୋ : ଦେଶରେ ପିକ୍ ଆଡକୁ ମୁହାଁଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଛି । ୨୪ ଘଂଟାରେ ୩ ଲକ୍ଷ ୧୭ ହଜାର ୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଛି । ଡେଲି ପଜିଟିଭିଟି ରେଟ୍ ରହିଛି ୧୬ ଦଶମିକ ୪୧ ପ୍ରତିଶତ । ଦିନକରେ କରୋନା ଯୋଗୁ ୪୯୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୯ ଲକ୍ଷ ୨୪ ହଜାର ୫୧ ।

ସେହିପରି ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ପାର କରିଛି । ମୋଟ୍ ଓମିକ୍ରନ୍ ମାମଲା ୯ ହଜାର ୨୮୭ରେ ପହଂଚିଛି । ଗତକାଲି ତୁଳନାରେ ୩ ଦଶମିକ ୬୩ ପ୍ରତିଶତ ଅଧିକ ଓମିକ୍ରନ୍ ମାମଲା ଆସିଛି । ଦୈନିକ ଆକ୍ରାନ୍ତଙ୍କ ଜାନୁଆରୀ ୨୩ ତାରିଖରେ ଦେଶରେ କରୋନା ପିକ୍ରେ ପହଂଚିବ ବୋଲି ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଆକଳନ କରିଥିଲେ । ସେହି ଅନୁସାରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ସଂଖ୍ୟା ୩ ଲକ୍ଷ ପାର କରିଛି । ଦ୍ୱିତୀୟ ଲହର ବେଳେ ସର୍ବାଧିକ ଦୈନିକ ସଂକ୍ରମଣ ୪ ଲକ୍ଷ ୧୪ ହଜାର ପର୍ଯ୍ୟନ୍ତ ଯାଇଥିଲା । ୨୦୨୧ ମେ’ ୭ ତାରିଖରେ ୪ ଲକ୍ଷ ୧୪ ହଜାର ମାମଲା ଚିହ୍ନଟ ହୋଇଥିଲା ।