କନକ ବ୍ୟୁରୋ : ଦୈନିକ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ । ଭାରତରେ ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି କରୋନା ଆସିବା ଦିନଠାରୁ ସାରା ବିଶ୍ୱରରେ କୌଣସି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ସଂଖ୍ୟା । ଏହା ପୂର୍ବରୁ ଆମେରିକାରେ ଜାନୁଆରୀ ୭ରେ ଗୋଟିଏ ଦିନରେ ସର୍ବାଧିକ ୩ଲକ୍ଷ ୭ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସେହିପରି ଭାରତରେ ଗତ ୨୪ ଘଂଟାରେ ୨ ହଜାର ୧୦୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪ ହଜାର ୬୫୭ରେ ପହଁଚିଛି । ଦିନକରେ ୧ ଲକ୍ଷ ୭୮ ହଜାର ୮୪୧ ଜଣ ସୁସ୍ଥ ହୋଇଛନ୍ତି । ଏବଂ ଦେଶରେ ଏବେ ୨୨ ଲକ୍ଷ ୯୧ ହଜାର ୪୨୮ ସକ୍ରିୟ ସଂକ୍ରମିତ ରହିଛନ୍ତି । ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୨୧ ସୁଦ୍ଧା ସମୁଦାୟ ୨୭,୨୭,୦୫,୧୦୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୬,୫୧,୭୧୧ଟି ନମୁନା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/9-24.jpg)