ଦେଶର କରୋନା ମିଟର । ଦିନକରେ ୩୦,୯୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫୦ ମୃତ

102

କନକ ବ୍ୟୁରୋ : ସମଗ୍ର ଦେଶରେ ୨୪ ଘଣ୍ଟାରେ ୩୦,୯୪୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩୫୦ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୭,୬୮,୮୦୦ ଓ ମୃତ୍ୟୁସଂଖ୍ୟା ୪,୩୮,୫୬୦ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୬,୨୭୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୧୯,୫୯,୬୮୦ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୭୦,୬୪୦।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬୪,୦୫,୨୮,୬୪୪ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତକାଲି ୩୧,୧୪,୬୯୬ଜଣଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅଗଷ୍ଟ ୩୦ ତାରିଖ ସୁଦ୍ଧା ସମୁଦାୟ ୫୨,୧୫,୪୧,୦୯୮ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୩,୯୪,୫୭୩ଟି ନମୁନା ।