କନକ ବ୍ୟୁରୋ : ଦେଶରେ କମିଛି ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ୨ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୩ଲକ୍ଷ ୭୮ ହଜାର ୭୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହି ମହାମାରୀରେ ୪୧୦୬ ଜଣଙ୍କ ଜୀବନ ଯାଇଛି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨କୋଟି ୪୯ଲକ୍ଷ ୬୫ ହଜାର ୪୬୩ରେ ପହଂଚିଛି । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୪ ହଜାର ୩୯୦ ରହିଛି । ଦୈନିକ ସୁସ୍ଥ ହାରକୁ ମିଶାଇ ଦେଶରେ ୨କୋଟି ୧୧ଲକ୍ଷ ୭୪ ହଜାର ୭୬ ଜଣ ସୁସ୍ଥ ହୋଇଛନ୍ତି । ଏବେବି କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୩୫ ଲକ୍ଷ ୧୬ ହଜାର ୯୯୭ଜଣ ।
ଦେଶରେ କମିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୨ ଲକ୍ଷ ୮୨ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ, ୪୧୦୬ ମୃତ
/kanak/media/post_attachments/wp-content/uploads/2021/05/GettyImages-1209679043.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)