କନକ ବ୍ୟୁରୋ : ଦେଶରେ ଦିନକରେ ୨ ଲକ୍ଷ ୭୬ ହଜାର ୭୦ ନୂଆ ପଜିଟିଭ୍ ଚିହ୍ନଟ । ୨୪ ଘଂଟାରେ ୩ ହଜାର ୮୭୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିନକରେ ୩ ଲକ୍ଷ ୬୯ ହଜାର ୭୭ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୨ କୋଟି ୫୭ ଲକ୍ଷ ୭୨ ହଜାର ୪ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୮୭ ହଜାର ୧୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୨ କୋଟି ୨୩ ହଜାର ୫୫ ହଜାର ୪୪୦ ଜଣ ସୁସ୍ଥ ହୋଇଛନ୍ତି । ତେବେ ବଡ ଆଶ୍ୱସ୍ତିକର ବିଷୟ ହେଉଛି ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୮,୭୦,୦୯,୭୯୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୯ ତାରିଖ ସୁଦ୍ଧା ସମୁଦାୟ ୩୨,୨୩,୫୬,୧୮୭ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୦,୫୫,୦୧୦ଟି ନମୁନା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/9-8.jpg)