କନକ ବ୍ୟୁରୋ : ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ଦୈନିକ ସର୍ବକାଳୀନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଯାହାକି ଦେଶକୁ କରୋନା ଆସିବା ଦିନଠାରୁ କୌଣସି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ।
ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୫୦ ଲକ୍ଷ ୬୧ ହଜାର ୯୧୯ରେ ପହଁଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୬୮ ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଆଉ ୧୬୧୯ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୧ଲକ୍ଷ ୭୮ ହଜାର ୭୬୯ ଜଣଙ୍କର ମୃତ୍ୟୁ ହେଲାଣି ।
ଅନ୍ୟପଟେ ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୪୪ ହଜାର ୧୭୮ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୧୯ ଲକ୍ଷ ୨୯ ହଜାର ୩୨୯ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେପଟେ ଟିକାକରଣ ପୂର୍ବ ତୁଳନାରେ ଦେଶରେ କମି ଯାଇଛି । ଗତକାଲି ମାତ୍ର ୧୨ଲକ୍ଷ ୩୦ ହଜାର ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ ମୋଟ ୧୨କୋଟି ୩୮ଲକ୍ଷ ଟିକା ଦିଆଯାଇଛି ।