ଦେଶରେ ଦୁଇ ଦିନ ଧରି ଉପରମୁହାଁ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୨୬,୭୨୭ ନୂଆ ମାମଲା, ୨୭୭ ମୃତ୍ୟୁ

କେବଳ କେରଳରେ ୧୬ ହଜାର ପଜିଟିଭ, ୧୨୨ ଜଣଙ୍କ ଗଲା ଜୀବନ

64

କନକ ବ୍ୟୁରୋ : ଦେଶରେ ଦୁଇ ଦିନ ହେଲା ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୨୬ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨୭୭ଜଣଙ୍କର ଜୀବନ ଯାଇଛି । କେବଳ କେରଳରୁ ୧୫ ହଜାର ୯୧୪ ମାମଲା ସାମ୍ନାକୁ ଆସଥିବା ବେଳେ ପ୍ରାଣ ହରାଇଛନ୍ତି ୧୨୨ଜଣ । ଦୀର୍ଘଦିନ ପରେ ଗତକାଲି ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨୦ ହଜାର ପାର୍ କରି ୨୩ ହଜାର ୫୨୯ରେ ପହଂଚିଥିଲା ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୬୬ ହଜାର ୭୦୭ ରହିଛି । ମୋଟ ସୁସ୍ଥ ସଂଖ୍ୟା ରହିଛି ୩ କୋଟି ୩୦ ଲକ୍ଷ, ୪୩ ହଜାର ୧୪୪ ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୮ ହଜାର ୩୩୯ । ସକ୍ରିୟ ସଂକମ୍ରିତଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୨୨୪ । ୨୪ ଘଂଟାରେ ୬୪ଲକ୍ଷ ୪୦ ହଜାର ୪୫୧ ଟିକାକରଣ ହୋଇଥିବା ବେଳେ ଦେଶରେ ମୋଟ ଟିକାକରଣ ହୋଇଛି ୮୯ କୋଟି ୨ ଲକ୍ଷ ୮ ହଜାର ୭ ।