ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ଦିନକରେ ୨,୬୩,୫୩୩ ନୂଆ ଆକ୍ରାନ୍ତ, ୪,୩୨୯ ମୃତ

110

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ । ଗତ ୨୪ ଘଂଟାରେ ଦେଶରେ ସର୍ବାଧିକ ମୁଣ୍ଡ ନେଇଛି କରୋନା । ୪୩୨୯ଜଣ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷ ୬୩ ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୪ଲକ୍ଷ ୨୨ ହଜାର ୪୩୬ଜଣ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬ । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ଜଣ । ଏବେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ହେଉଛନ୍ତି ୨ ଲକ୍ଷ ୭୮ ହଜାର ୭୧୯ ଜଣ । ସକ୍ରିୟ ଅଛନ୍ତି ୩୩ଲକ୍ଷ ୫୩ ହଜାର ୭୬୫ଜଣ ।