ଦେଶର କରୋନା ମିଟର : ୨୪ ଘଂଟାରେ ୨ ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ, ୪୨୦୯ମୃତ

Advertisment
ଦେଶର କରୋନା ମିଟର : ୨୪ ଘଂଟାରେ ୨ ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ, ୪୨୦୯ମୃତ

କନକ ବ୍ୟୁରୋ : ଦେଶରେ କମୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୨ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ । ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୭ ହଜାର ୨୯୫ଜଣ । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୬୦ ଲକ୍ଷ ୩୧ ହଜାର ୯୯୧ ଜଣ । ସେଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ଜଣ । ଏବେବି କରୋନାରେ ଚିକିତ୍ସିତ ହେଉଛନ୍ତି ୩୦ ଲକ୍ଷ ୨୭ ହଜାର ୯୨୫ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୧ ହଜାର ୩୩୧ଜଣ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୯,୧୮,୭୯,୫୦୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୨୦ ତାରିଖ ସୁଦ୍ଧା ସମୁଦାୟ ୩୨,୪୪,୧୭,୮୭୦ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୨୦,୬୧,୬୮୩ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe