ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ବଢିଲା ସୁସ୍ଥ ହାର : ୨୪ଘଂଟାରେ ଅଢେଇ ଲକ୍ଷ ସଂକ୍ରମିତ ଚିହ୍ନଟ; ସୁସ୍ଥ ହେଲେ ସାଢେ ୩ଲକ୍ଷରୁ ଅଧିକ

132

କନକ ବ୍ୟୁରୋ :ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ବଢିଲା ସୁସ୍ଥ ହାର । ୨୪ଘଂଟାରେ ଅଢେଇ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ସାଢେ ୩ଲକ୍ଷରୁ ଅଧିକ । ୨ଲକ୍ଷ ୫୭ହଜାର ୨୯୯ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବଡ କଥା ହେଉଛି ଏହି ସମୟ ମଧ୍ୟରେ ୩ଲକ୍ଷ ୫୭ହଜାର ୬୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଗତ ୨୪ଘଂଟାରେ ୪ହଜାର ୧୯୪ଜଣଙ୍କର ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୫ହଜାର ୫୨୫କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୨୯ଲକ୍ଷ ୨୩ହଜାର ୩ଶହ ରହିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୬୨ଲକ୍ଷ ୮୯ହଜାର ୨୯୦ରହିଛି ।