ଦେଶରେ ତିନି ଦିନ ଧରି ଉପରମୁହାଁ କରୋନା ସଂକ୍ରମଣ : ଗତ ୨୪ଘଂଟାରେ ୨୪,୩୫୪ନୂଆ ସଂକ୍ରମିତ

111

କନକ ବ୍ୟୁରୋ : ଦେଶରେ ପୁଣି ଉପରମୁହାଁ କରୋନା ମିଟର । ଗତ ୩ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ମାମଲା ୨୦ହଜାର ଉପରେ ରହୁଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨୪ହଜାର ୩୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୭ ଲକ୍ଷ ୯୧ ହଜାର ୬୧ରେ ପହଂଚିଛି । ଦେଶରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୩ହଜାର ୮୮୯ରେ ରହିଛି । ସେହିପରି ଦିନକରେ କରୋନା ସ୍ରଂକମଣରେ ୨୩୪ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ଭିତରେ ସବୁଠୁ ଅଧିକ ଚିନ୍ତା ବଢାଉଛି କେରଳ । ୨୪ ଘଂଟା ଭିତରେ କେବଳ କେରଳରୁ ୧୩ ହଜାର ୮୩୪ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୯୫ଜଣଙ୍କର ମୃତ୍ୟୁ ହୋଇଛି । କେରଳ ପରେ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ମିଜୋରମରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଅପରପକ୍ଷରେ ଦେଶରେ କରୋନା ଟିକାକରଣ କାଯ୍ୟକ୍ରମ ମଧ୍ୟ ଜୋରଦାର ଚାଲିଛି । ଆଜି ସୁଦ୍ଧା ଦେଶରେ ୮୯କୋଟି ୭୪ ଲକ୍ଷ ଡୋଜ ଟିକା ଦିଆଯାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।