ତଳକୁ ଖସୁଛି କରୋନା ମିଟର : ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ, ୩୭୪୧ ମୃତ

129

କନକ ବ୍ୟୁରୋ : ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ । ୩ ହଜାର ୭୪୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୩ଲକ୍ଷ ୫୫ ହଜାର ୧୦୨ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨ରେ ପହଂଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୯ ହଜାର ୨୬୬ ରହିଛି । ଦେଶରେ ସକ୍ରିୟ ସଂକ୍ରମିତ ସଂଖ୍ୟା ରହିଛି ୨୮ ଲକ୍ଷ ୫ ହଜାର ୩୯୯ । ସେହିପରି ମୋଟ ସୁସ୍ଥ ସଂଖ୍ୟା ରହିଛି ୨କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୯,୫୦,୦୪,୧୮୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୨୨ ତାରିଖ ସୁଦ୍ଧା ସମୁଦାୟ ୩୨,୮୬,୦୭,୯୩୭ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୧,୨୩,୭୮୨ଟି ନମୁନା ।