ଦେଶରେ ପୁଣି ୨୦ ହଜାର ଉପରେ କରୋନା ସଂକ୍ରମଣ : ୨୪ ଘଂଟାରେ ୨୧,୨୫୭ ନୂଆ ଆକ୍ରାନ୍ତ, ୨୭୧ ଜଣଙ୍କ ମୃତ୍ୟୁ

ଦେଶରେ ପୁଣି ୨୦ ହଜାର ଉପରେ କରୋନା ସଂକ୍ରମଣ : ୨୪ ଘଂଟାରେ ୨୧,୨୫୭ ନୂଆ ଆକ୍ରାନ୍ତ, ୨୭୧ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ ପୁଣି ୨୧ ହଜାର ପାର ହେଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୨୧ ହଜାର ୨୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନା ଯୋଗୁଁ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟାରେ ୨୪ ହଜାର ୬୦୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୨୨୧ ରହିଛି । ଯାହା ଗତ ୨୦୫ ଦିନ ମଧ୍ୟରେ ସବୁଠୁ କମ୍ ରହିଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୩,୧୩୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୨୭୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୦,୧୨୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୪,୯୬୩ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୨,୨୫,୨୨୧।  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୩.୧୭ କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩,୪୬,୧୭୬ ଟିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe