ଦେଶର କରୋନା ମିଟର : ୨୪ ଘଂଟାରେ ୨ଲକ୍ଷ ୧୧ ହଜାର ୨୯୮ ଆକ୍ରାନ୍ତ ଚିହ୍ନଟ, ୩୮୪୭ ମୃତ

76

କନକ ବ୍ୟୁରୋ : ଦେଶରେ ୨୪ଘଂଟା ଭିତରେ ୨ଲକ୍ଷ ୧୧ ହଜାର ୨୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ୨ଲକ୍ଷ ୮୩ହଜାର ୧୩୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନା କାରଣରୁ ୨୪ଘଂଟା ଭିତରେ ସାରା ଦେଶରେ ୩ହଜାର ୮୪୭ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୭୩ଲକ୍ଷ ୬୯ହଜାର ୯୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨କୋଟି ୪୬ ଲକ୍ଷ ୩୩ହଜାର ୯୫୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ଲକ୍ଷ ୧୯ହଜାର ୯୦୭ ରହିଛି ।