କନକ ବ୍ୟୁରୋ : ଦେଶରେ ଆଜି ବି ଅଢେଇ ଲକ୍ଷ ତଳେ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୨ ଲକ୍ଷ ୩୪ ହଜାର ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨ ଲକ୍ଷ ୩୫ ହଜାର ୫୩୨ । ଗତକାଲି ପଜିଟିଭି ରେଟ୍ ୧୩ ଦଶମିକ ୩୯ ପ୍ରତିଶତ ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୧୪ ଦଶମିକ ୫୦ ପ୍ରତିଶତ ହୋଇଛି । ଏବେ ଦେଶରେ ସକ୍ରିୟ ମାମଲା ୧୮ ଲକ୍ଷ ୮୪ ହଜାର ୯୩୭ ରହିଛି । ଯାହାକି ମୋଟ୍ ସଂକ୍ରମଣର ୪ ଦଶମିକ ୫୯ ପ୍ରତିଶତ ।

Advertisment

ସେହିପରି ଦେଶରେ ଆରୋଗ୍ୟ ହାର ୯୪ ଦଶମିକ ୨୧ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ୩ ଲକ୍ଷ ୫୨ ହଜାର ୭୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ୮୯୩ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତକାଲି ଏହି ସଂଖ୍ୟା ରହିଥିଲା ୮୭୧ । ଏହାରି ଭିତରେ ଦେଶରେ ୭୫ ପ୍ରତିଶତରୁ ଅଧିକ ଲୋକ କରୋନାର ଦୁଇଟି ଡୋଜ୍ ନେଇ ସାରିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।