ସାରା ଦେଶରେ କରୋନା ମିଟର ତଳମୁହାଁ : ୪୪ ଦିନ ମଧ୍ୟରେ ନିମ୍ନ ସ୍ତରରେ ପହଂଚିଲା ଦୈନିକ ସଂକ୍ରମଣ

204

କନକ ବ୍ୟୁରୋ :ସାରାଦେଶରେ କରୋନା ମିଟର ତଳମୁହାଁ । ୪୪ ଦିନ ମଧ୍ୟରେ ନିମ୍ନ ସ୍ତରରେ ପହଂଚିଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଗୋଟିଏ ଦିନରେ ପୁଣି ୩ ହଜାର ୬୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । କିନ୍ତୁ ଆଶ୍ୱସ୍ତିର କଥା ହେଲା- ୨୪ ଘଂଟା ଭିତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୭୬ ହଜାର ୭୫୫ ହ୍ରାସ ଆସିଛି ।

ବର୍ତମାନ ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୪୩ ହଜାର ୧୫୨ ରହିଛି । ୨୪ ଘଂଟାର ନୂଆ ମାମଲାକୁ ମିଶାଇ ଦେଶରେ ଆଜିଯାଏଁ ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁସ୍ଥ ହୋଇ ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଜଣ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । ଗତ ୧୫ ଦିନ ହେଲା ଦେଶରେ ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି । ସୁସ୍ଥ ହାର ରହିଛି ୯୦ ଦଶମିକ ୩୪ ପ୍ରତିଶତ । ତେବେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫ରେ ପହଂଚିଛି ।