୨୦୯ ଦିନର ନିମ୍ନ ସ୍ତରରେ କରୋନା : ୨୪ ଘଂଟାରେ ଦେଶରେ ଚିହ୍ନଟ ହେଲେ ୧୮,୩୪୬ ଆକ୍ରାନ୍ତ

80

କନକ ବ୍ୟୁରୋ : ଦେଶରେ ୨୦୯ ଦିନ ପରେ ସଂକ୍ରମଣ ସବୁଠି ନିମ୍ନସ୍ତରରେ ରହିଛି । ଗତ ୨୪ଘଂଟା ମଧ୍ୟରେ ଦେଶରେ ନୂଆ ୧୮ହଜାର ୩୪୬ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ କେରଳରୁ ୮ ହଜାର ୮୫୦ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୧୪୯ଜଣ । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୮,୫୩,୦୪୮ ଓ ମୃତ୍ୟୁସଂଖ୍ୟା ୪,୪୯,୨୬୦ରେ ପହଞ୍ଚିଛି ।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୩୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୩୧,୫୦,୮୮୬ରେ ପହଞ୍ଚିଛି । ­­­­­ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୫୨,୯୦୨। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୧.୫୦କୋଟି ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୪ ତାରିଖ ସୁଦ୍ଧା ସମୁଦାୟ ୫୭,୫୩,୯୪,୦୪୨ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୧,୪୧,୬୪୨ଟି ନମୁନା ।