ଚିନ୍ତା ବଢାଉଛି କରୋନା : ଦେଶରେ ୧ ଲକ୍ଷ ୬୮ହଜାରରୁ ଅଧିକ ନୂଆ କେସ; ୬ ମାସ ପରେ ଦିନକରେ ୯୦୪ ମୃତ

72

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଂଟାରେ ୧ ଲକ୍ଷ ୬୮ ହଜାର ୯୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୯୦୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ରହିଛି । ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୦ ହଜାର ୧୭୯ରେ ପହଂଚିଛି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୨ ଲକ୍ଷ ୧ ହଜାର ୯ଜଣ । ୧କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେପଟେ ସଂକ୍ରମିତଙ୍କ ସଂଖ୍ୟାରେ ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର ।

Comments are closed.