ଦେଶରେ କରୋନା ମିଟର ଉପରମୁହାଁ : ୨୪ଘଂଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ସଂକ୍ରମିତ ଚିହ୍ନଟ, ୮୭୯ ମୃତ

129

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରମୁହାଁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ଘଂଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୮୭୯ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଂଚିଛି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୯୭ ହଜାର ୧୬୮ଜଣ । ଦେଶରେ ମୋଟ ସୁସ୍ଥ ୧କୋଟି ୨୨ଲକ୍ଷ ୫୩ ହଜାର ୬୯୭ ରହିଛି । ଦେଶରେ ମୋଟ ସକ୍ରିୟ ସଂଖା ୧୨ ଲକ୍ଷ ୬୪ ହଜାର ୬୯୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୧ ଲକ୍ଷ ୭୧ ହଜାର ୫୮ ।