ଦେଶରେ ୧୬,୧୫୬ ନୂଆ ସଂକ୍ରମିତ ଚିହ୍ନଟ : ୭୩୩ ଜଣଙ୍କ ଜୀବନ ନେଲା କରୋନା

42

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛ । ୨୪ ଘଂଟା ମଧ୍ୟରେ ଦେଶରେ ୧୬ ହଜାର ୧୫୬ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୭୩୩ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୩୮୬ରେ ପଂହଚିଛି । କେରଳରେ ଗତ ୨୪ ଘଂଟା ମଧ୍ୟରେ ୯ ହଜାର ୪୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଟିପିଆର ୧୧.୪୨ ପ୍ରତିଶତ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଂଟାରେ ୧୭ ହଜାର ୯୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୮୯ ରହିଛି । କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଅଭିଯାନ ବି ଜାରି ରହିଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଦେଶରେ ଟିକାକରଣ ୧୦୪ କୋଟି ଅତିକ୍ରମ କରିଛି । ଗତକାଲି ୪୯ ଲକ୍ଷ ୯ ହଜାର ୨୫୪ ଡୋଜ ଦିଆଯାଇଛି । ଏହାପରେ ଦେଶରେ ବର୍ତମାନ ସୁଦ୍ଧା ୧୦୪ କୋଟି ୪ ଲକ୍ଷ ୯୯ ହଜାର ୮୭୩ ଲୋକ କରୋନା ଟିକା ନେଇଛନ୍ତି ।