ଦେଶରେ ତଳମୁହାଁ କରୋନା ମିଟର : ଗତ ୨୪ଘଂଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ, ୩୧୨୮ ମୃତ

Advertisment
ଦେଶରେ ତଳମୁହାଁ କରୋନା ମିଟର : ଗତ ୨୪ଘଂଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ, ୩୧୨୮ ମୃତ

କନକ ବ୍ୟୁରୋ : ଦେଶରେ କରୋନା ମିଟର ତଳମୁହାଁ । ଗତ ୨୪ ଘଂଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୨୮ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ୨କୋଟି ୭୮ ଲକ୍ଷ ୯୪ ହଜାର ୮୦୦ ରହିଛି । ସୁସ୍ଥ ହୋଇଛନ୍ତି ୨ କୋଟି ୫୪ ଲକ୍ଷ ୫୪ ହଜାର ୩୨୦ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣରେ ୩ଲକ୍ଷ ୨୫ ହଜାର ୯୭୨ଜଣଙ୍କ ଜୀବନ ଯାଇଛି । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୨୧ ଲକ୍ଷ ୧୪ ହଜାର ୫୦୮ଜଣ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୧,୩୧,୫୪,୧୨୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୩୦ ତାରିଖ ସୁଦ୍ଧା ସମୁଦାୟ ୩୪,୪୮,୬୬,୮୮୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୬,୮୩,୧୩୫ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe