୮ ମାସ ପରେ ଦେଶରେ ୧୪ ହଜାର ତଳେ ସଂକ୍ରମଣ : ୨୪ ଘଂଟାରେ ୧୩, ୫୯୬ ନୂଆ ଆକ୍ରାନ୍ତ

86

କନକ ବ୍ୟୁରୋ : ୨୩୦ ଦିନ ପରେ ଦେଶରେ ୧୪ ହଜାର ତଳେ ସଂକ୍ରମଣ ଚିହ୍ନଟ । ୨୪ ଘଂଟାରେ ୧୩ ହଜାର ୫୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୬୬ ଜଣଙ୍କ ଜୀବନ ନେଇଛି କରୋନା । ଦେଶରେ କରୋନା ସୁସ୍ଥ ହାର ୯୮ ଦଶମିକ ୧୨ ପ୍ରତିଶତ ରହିଛି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୧୯ ହଜାର ୫୮୨ଜଣ । ଦେଶରେ ମୋଟ ସୁସ୍ଥ ସଂଖ୍ୟା ରହିଛି ୩ କୋଟି ୩୪ ଲକ୍ଷ ୩୯ ହଜାର ୩୩୧ । ୧ ପ୍ରତିଶତ ତଳକୁ ରହିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । କରୋନାରେ ଆକ୍ରାନ୍ତ ହୋଇ ୧ ଲକ୍ଷ ୮୯ ହଜାର ୬୯୪ ଜଣ ଚିକିତ୍ସିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୭,୭୯,୪୭,୭୮୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨,୦୫,୧୬୨ ଟିକା । ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୧୭ ତାରିଖ ସୁଦ୍ଧା ସମୁଦାୟ ୫୯,୧୯,୨୪, ୮୭୪ ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଛି ୯,୮୯,୪୯୩ ।