ଦେଶରେ ୧୩,୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ : ଆଉ ୫୮୫ ଜଣଙ୍କ ଜୀବନ ନେଲା କରୋନା

୨୪୨ ଦିନ ପରେ ୧ ଲକ୍ଷ ୬୨ ହଜାର ୬୬୧ ସକ୍ରିୟ ମାମଲା

59

କନକ ବ୍ୟୁରୋ : ଦେଶରେ ୧୩ ହଜାର ୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୮୫ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ହଜାର ୨୧ ଜଣ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଜଣ । ସାରା ଦେଶରେ ଦୀର୍ଘ ୨୪୨ ଦିନ ପରେ କମିଲା ସକ୍ରିୟ ମାମଲା ସଂଖ୍ୟା । ୧ ଲକ୍ଷ ୬୨ ହଜାର ୬୬୧ ରହିଛି ସକ୍ରିୟ ସଂଖ୍ୟା । ଦେଶର ମୋଟ ମୃତ୍ୟୁ ସଂଖ୍ୟା ଲକ୍ଷ ୫୫ ହଜାର ୬୫୩ ।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୪,୦୨୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୫,୯୭,୩୩୯ । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୬୨,୬୬୧। ୨୪୨ ଦିନ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସକ୍ରିୟ ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୦୩,୫୩,୨୫,୫୭୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।  ଗତ ୨୪ଘଣ୍ଟା ମଧ୍ୟରେ ଦିଆଯାଇଛି ୫୫,୮୯,୧୨୪ ଡୋଜ୍‌ ଟିକା । ପ୍ରାପ୍ତ ସୂଚନା ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ସମୁଦାୟ ସଦ୍ୟ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୮୧.୭୭% ହେଉଛନ୍ତି ୫ଟି ପ୍ରଦେଶର। ଏଥିରେ ୫୩.୨୫% ପାଇଁ ଏକା କେରଳ ଦାୟୀ ।