ଦେଶରେ ତଳମୁହାଁ କରୋନା ମିଟର : ଗୋଟିଏ ଦିନରେ ୧ ଲକ୍ଷ ୩୨ ହଜାର ୭ ଆକ୍ରାନ୍ତ, ୩୨୦୭ ମୃତ

56

କନକ ବ୍ୟୁରୋ : ଦେଶରେ ତଳକୁ ଖସୁଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ସାରା ଦେଶରୁ ୧ ଲକ୍ଷ ୩୨ ହଜାର ୭୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ଦେଶରୁ ୩ ହଜାର ୨୦୭ ଜଣଙ୍କ ମୁଣ୍ଡ ନେଇଛି ଭୂତାଣୁ । ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ସେହି ସମୟ ଭିତରେ ଦେଶର ବିଭିନ୍ନ ମେଡିକାଲରୁ ୨ ଲକ୍ଷ ୩୧ ହଜାର ୪୫୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଦେଶରୁ ମୋଟ ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ ଜଣ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୬୧ ଲକ୍ଷ ୭୯ ହଜାର ଲୋକ ସୁସ୍ଥ ହୋଇ ସାରିଛନ୍ତି । ବର୍ତମାନ ଦେଶରେ ୧୭ ଲକ୍ଷ ୬୩ ହଜାର ସକ୍ରିୟ ମାମଲା ରହିଛି । ସୁସ୍ଥ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଏହାରି ଭିତରେ ଭାରତରୁ ୩ ଲକ୍ଷ ୩୫ ହଜାର ୧୦୨ଟି ଅମୂଲ୍ୟ ଜୀବନ ନେଇ ସାରିଛି ମହାମାରୀ ।