ଦେଶରେ ୧୨,୪୨୮ ନୂଆ ଆକ୍ରାନ୍ତ ଚିହ୍ନଟ : ଆଉ ୩୫୬ ଜଣଙ୍କ ଜୀବନ ନେଲା କରୋନା

37

କନକ ବ୍ୟୁରୋ : ଦେଶରେ ୧୨ ହଜାର ୪୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୩୫୬ ଜଣଙ୍କ ମୃତ୍ୟୁ ହୋଇଛି । ୧୫ ହଜାର ୯୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ଲକ୍ଷ ୬୩ ହଜାର ୮୧୬ । କେରଳରୁ ୬ ହଜାର ୬୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ହୋଇଛି ।

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୬୩,୮୧୬। ୨୩୮ ଦିନ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସକ୍ରିୟ ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୦୨,୯୪,୦୧,୧୧୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଦିଆଯାଇଛି ୬୪,୭୫,୭୩୩ ଡୋଜ୍‌ ଟିକା । ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୨୪ ତାରିଖ ସୁଦ୍ଧା ସମୁଦାୟ ୬୦,୧୯,୦୧,୫୪୩ କୋଟି ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଛି ୧୧,୩୧,୮୨୬ଟି ନମୁନା ।