ପୁଣି ଲେଉଟିଲାଣି କରୋନା  । ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୨୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ।

2,180

କନକ ବ୍ୟୁରୋ :  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୧୨ ହଜାର ୨୮୬ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଦିନକ ମଧ୍ୟରେ ୧୨ ହଜାର ୪୬୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୯୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ଦେଶରେ ସମୁଦାୟ ୧ କୋଟି ୧୧ ଲକ୍ଷ ୨୪ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସୁମୁଦାୟ ଆରୋଗ୍ୟ ଲାଭ କରି ସାରିଲେଣି ୧ କୋଟି ୭ ଲକ୍ଷ ୯୭୮ ହଜାର ୯୨୧ ଜଣ।

କରୋନାରେ ଏବେ ସୁଦ୍ଧା ସମୁଦାୟ ୧ ଲକ୍ଷ ୫୭ ହଜାର ୨୪୮ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏବେ ବି ସକ୍ରିୟ ଅଛନ୍ତି ୧ ଲକ୍ଷ ୬୮ ହଜାର ୩୫୮ ଜଣ। ଏହାଛଡା  ଏବେ ସୁଦ୍ଧା କରୋନା  ଟିକା ନେଇ ସାରିଲେଣି ୧ କୋଟି ୪୮ ଲକ୍ଷ ୫୪ ହଜାର ୧୩୬ ଜଣ। କିନ୍ତୁ ଏବେ ଲଗାତାର କରୋନା ମାମଲା ବଢିବା ପୁଣିଥରେ ଲୋକଙ୍କ ମନରେ ଚିନ୍ତା ବଢାଇ ଦେଇଛି ।