କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବେଲଗାମ୍ । ଲକ୍ଷେ ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୯୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା । ଗତ ୭ ମାସ ପରେ ୧ ଲକ୍ଷ ପାର କରିଛି ନୂଆ ମାମଲା ସଂଖ୍ୟା । ଏହା ପୂର୍ବରୁ ଜୁନ୍ ୬ ତାରିଖରେ ୧ ଲକ୍ଷରୁ ଅଧିକ ମାମଲା ଆସିଥିଲା । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫୨ ଲକ୍ଷ ୨୬ ହଜାର ୩୮୬କୁ ବୃଦ୍ଧି ପାଇଛି । ଗତକାଲି ତୁଳନାରେ ୨୮.୮ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।

Advertisment

ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୩୦୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ହଜାର ୧୭୮ ।  ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭୧ ହଜାର ୩୬୩ ରେ ପହଞ୍ଚିଛି । ସୁସ୍ଥ ହେଲେଣି ୩,୪୩,୭୧,୮୪୫ ଜଣ । ଅନ୍ୟ ପକ୍ଷରେ ଟିକା ନେଲେଣି ୧୪୯ କୋଟି ୬୬ଲକ୍ଷରୁ ଅଧିକ । ୫ଟି ସହରରେ ସବୁଠାରୁ ଅଧିକ ମାମଲା ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୩୬ ହଜାର ୨୬୫, ପଶ୍ଚିମବଙ୍ଗରେ ୧୫ ହଜାର ୪୨୧, ଦିଲ୍ଲୀରେ ୧୫ ହଜାର ୯୭, ତାମିଲନାଡ଼ୁରେ ୬ହଜାର ୯୮୩, କର୍ଣ୍ଣାଟକରେ ୫ହଜାର ୩୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।