ଦେଶରେ ତଳମୁହାଁ କରୋନା ଗ୍ରାଫ୍ : ଦିନକରେ ୧,୦୦,୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୨୭ ମୃତ

109

କନକ ବ୍ୟୁରୋ : ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ୨୪ଘଂଟାରେ ୧ଲକ୍ଷ ୬୩୬ ନୂଆ ସଂକ୍ରମିତ ଚିହ୍ନଟ, ୨୪୨୭ ମୃତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୯ଲକ୍ଷ ୯ହଜାର ୯୭୫କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୨କୋଟି ୭୧ ଲକ୍ଷ ୫୯ହଜାର ୧୮୦ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ମୋଟ ମୃତକଙ୍କ ୩ଲକ୍ଷ ୪୯ହଜାର ୧୮୬କୁ ବୃଦ୍ଧ ହୋଇଛି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪ଲକ୍ଷ ୧ହଜାର ୬୦୯ ସକ୍ରିୟ ସଂକ୍ରମିତ ଅଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୩,୨୭,୮୬,୪୮୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୬ ତାରିଖ ସୁଦ୍ଧା ସମୁଦାୟ ୩୬,୬୩,୩୪,୧୧୧ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୫,୮୭,୫୮୯ଟି ନମୁନା ।