କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ । ଦେଶରେ ୨ଲକ୍ଷ ତଳେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ୧ଲକ୍ଷ ୬୭ ହଜାର ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ ହଜାର ୧୯୨ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୪ ହଜାର ୭୬ଜଣ । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି୧୭ ଲକ୍ଷ ୪୩ ହଜାର ୫୯ ଜଣ । ଦୈନିକ ପଜିଟିଭ ହାର ରହିଛି ୧୧ ଦଶମିକ ୬୯ ପ୍ରତିଶତ । ୫୯ ହଜାର ୨୮୬ ଜଣଙ୍କ ନମୁନା ପରୀକ୍ଷା ହୋଇଛି ।