କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ ତରଫରୁ ନିଜର ଅଧିକାରୀ ଲୋଗୋରେ ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଲୋଗୋରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ସହ ଲୋଗୋରେ ଆୟୁର୍ବେଦର ଦେବତା ଧନନ୍ତ୍ୱରୀଙ୍କର ଏକ ରଙ୍ଗୀନ ଫଟୋ ଲଗାଯାଇଛି ।

Advertisment

ଏହାକୁ ନେଇ ବିବାଦ ଦେଖାଦେବା ପରେ ସଂସ୍ଥା ତରଫରୁ କୁହାଯାଇଛି କି ପୂରୁଣା ଲୋଗୋରେ ବି ଧନନ୍ତ୍ୱରୀଙ୍କର କଳାଧଳା ଫଟୋ ଥିଲା । ହେଲେ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଲୋଗୋରେ ପ୍ରଥମେ ଲାୟନ କ୍ୟାପିଟାଲର ଫଟୋ ରହିଥିଲା ।

ନ୍ୟାସନାଲ ମେଡିକାଲ କମିଶନ ବା ଏନଏମସିର ଅଧ୍ୟକ୍ଷ ବିଏନ୍ ଗଙ୍ଗାଧର କହିଛନ୍ତି କି, ଏଥିରେ ଚକିତ କରିଦେବା ଭଳି କିଛିନାହିଁ । କାରଣ ଏଥିରେ କିଛି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇନାହିଁ । କଳାଧଳ ରଙ୍ଗର ଧନନ୍ତ୍ୱରୀଙ୍କ ଫଟୋ ପ୍ରଥମେ ଥିଲା । ହେଲେ ଏବେ ସଂସ୍ଥା ତରଫରୁ ଲୋଗୋର ପରିବର୍ତ୍ତନ ପାଇଁ ସହମତି ପ୍ରକାଶ ପାଇଛି । ଅନ୍ୟପଟେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବାକୁ ସେ ସ୍ୱୀକାର କରିଥିଲେ ବି ଏହାର କାରଣ ସ୍ପଷ୍ଟ କରିନାହାଁନ୍ତି ।

କେବଳ ସେତିକି ନୁହେଁ ଚଳିତ ସପ୍ତାହ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଆୟୁଷ୍ମାନ ଭାରତ ହେଲ୍ଥ ଓ ୱେଲନେସ୍ ସେଣ୍ଟରର ନାମ ବଦଳାଇ ଏହାକୁ ଆୟୂୁଷ୍ମାନ ଆରୋଗ୍ୟ ମନ୍ଦିର କରିଦିଆଯାଇଛି । ଏହାସହ ଟ୍ୟାଗ୍ ଲାଇନରେ ‘ଆରୋଗ୍ୟମ୍ ପରମ୍ ଧନମ୍’ ବୋଲି ଲେଖାଯାଉଛି ।