ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୮୫୩ ମୃତ । 

129

କନକ ବ୍ୟୁରୋ : ଦେଶରେ ୪୬,୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୩ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୫୯, ୩୮୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶର ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି ୪ଲକ୍ଷ ୫୮ ହଜାର ୨୫୧ରେ ପହଂଚିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୯୫ଲକ୍ଷ ୪୮ ହଜାର ୩୦୨ଜଣ । କରୋନାରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୧୨ରହିଛି । ଏବେ ବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୫ ଲକ୍ଷ ୯ ହଜାର ୬୩୭ ଜଣ ।

ଏସବୁ ଭିତରେ ରାଜ୍ୟରେ ୩ହଜାର ତଳକୁ ଖସୁନି କରୋନା ମିଟର । ଗତ ୨୪ଘଣ୍ଟା ଭିତରେ ୩୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୧୮୩୮ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୮୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଆକ୍ରାନ୍ତ ତାଲିକାରେ ପ୍ରଥମରେ ରହିଛି କଟକ ।

କଟକରୁ ୬୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨, ଜଗତସିଂହପୁରରୁ ୨୧୨, କେନ୍ଦ୍ରାପଡ଼ାରୁ ୧୭୯, ନୟାଗଡ଼ରୁ ୧୧୪, ପୁରୀରୁ ୧୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ଘଂଟା ଭିତରେ ୭୪ ହଜାର ୨୨୫ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ ରହିଛି ୪.୩୪ ପ୍ରତିଶତ । ସେହିଭଳି ଏହି ସମୟ ମଧ୍ୟରେ ୩୪୫୭ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୩୦୯୫୦ ସକ୍ରିୟ ସଂକ୍ରମଣ ରହିଛି ।