୨୪ ଘଂଟାରେ ଦେଶର କରୋନା ରିପୋର୍ଟ: ୭୫ ହଜାର ନୂଆ ମାମଲା, ୯୦୩ ମୃତ; ଦେଶରେ ୬୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ତଳମୁହାଁ କରୋନା ମିଟର । ଦିନକରେ ୪୧ ହଜାର ଶହେ ଆକ୍ରାନ୍ତ, ୪୪୭ ମୃତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ପାର୍

carona india

କନକ ବ୍ୟୁରୋ: ଦେଶରେ ଏବେ ଦିନକୁ ଦିନ ତଳକୁ ଖସୁଛି କରୋନା ସଂକ୍ରମଣ ହାର । ଗତ ୫ ସପ୍ତାହ ଧରି କରୋନା ଉପରମୁହାଁ ରହିବା ପରେ କରୋନା ମିଟର ଏବେ ତଳକୁ ତଳକୁ ଖସିବାରେ ଲାଗିଛି । ଗତକାଲି ପରି ଆଜି ମଧ୍ୟ ଦେଶରେ ସଂକ୍ରମଣ ହାର କମ୍ ଆସିଛି । ଆଜି ୭୪ ହଜାର ୪୪୨ ନୂଆ ପଜିଟିଭ୍ ଚିହ୍ନଟ  ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୬କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୯୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହି ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ବୃଦ୍ଧି ହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୩୪ ହଜାର ୪୨୭ ରହିଛି । ଚିକିତ୍ସା ପରେ ଡାକ୍ତରଖାନାରୁ ୫୫ ଲକ୍ଷ ୮୬ ହଜାର ୭୦୪ ଜଣ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣ ହାର ଗତ ସପ୍ତାହ ଅପେକ୍ଷା ପ୍ରାୟ ୧୫ ପ୍ରତିଶତମ୍ କମ୍ ହେବା ଆଶ୍ୱସ୍ତିର କଥା । ସେହିପରି ଗତ ସପ୍ତାହର ପରି ଚଳିତ ସପ୍ତାହରେ କରୋନା ମୃତ୍ୟୁ ହାର ୬.୬ ପ୍ରତିଶତ କମ୍ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe