କନକ ବ୍ୟୁରୋ : ଉପରମୁହଁ କରୋନା ସଂକ୍ରମଣ । ସାରା ଦେଶରେ ୨୪ ଘଂଟାରେ ୭ ହଜାର ୮୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୪୦ ହଜାର ୨୧୫ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି । ଏବେ ଆରୋଗ୍ୟ ହାର ସାରା ଦେଶରେ ୯୮.୭୨ ପ୍ରତିଶତ ରହିଛି । ଯାହା ଆଶ୍ୱସ୍ତିକର କଥା । କିନ୍ତୁ ଏବେ ପଜିଟିଭିଟି ହାର ୩.୬୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୩.୮୩ ପ୍ରତିଶତ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର ସମେତ ୭ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ।

Advertisment

୫ ଏପ୍ରିଲ୍ : ୪, ୪୩୫ ସଂକ୍ରମିତ
୬ ଏପ୍ରିଲ୍ : ୫, ୩୩୫ ସଂକ୍ରମିତ
୭ ଏପ୍ରିଲ୍ : ୬, ୦୫୦ ସଂକ୍ରମିତ
୮ ଏପ୍ରିଲ୍ : ୬, ୧୫୫ ସଂକ୍ରମିତ
୯ ଏପ୍ରିଲ୍ : ୫, ୩୫୭ ସଂକ୍ରମିତ
୧୦ ଏପ୍ରିଲ୍ : ୫, ୮୮୦ ସଂକ୍ରମିତ
୧୧ ଏପ୍ରିଲ୍ : ୫, ୬୭୬ ସଂକ୍ରମିତ
୧୨ ଏପ୍ରିଲ : ୭, ୮୩୦ ସଂକ୍ରମିତ