ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଗୋଟେ ଦିନରେ ସର୍ବାଧିକ ୬,୧୪୮ଜଣଙ୍କ ମୃତ୍ୟୁ, ବିହାରର ପୁରୁଣା  ତଥ୍ୟ ମିଶିବାରୁ ଅଚାନକ ବଢ଼ିଲା ମୃତ୍ୟୁ ସଂଖ୍ୟା । 

331

କନକ ବ୍ୟୁରୋ : ଦେଶରେ ମହାମାରୀ ମୃତ୍ୟୁରେ ଅଲୋଡା ରେକର୍ଡ । ଗୋଟିଏ  ଦିନରେ ପ୍ରଥମ ଥର ପାଇଁ  ୬ହଜାର ଟପିଯାଇଛି ମୃତ୍ୟୁସଂଖ୍ୟା । ବିହାରର ପୁରୁଣା  ତଥ୍ୟ ଯୋଡା ଯାଇଥିବାରୁ ଏପରି ଅଚାନକ ଗୋଟିଏ ଦିନରେ ପ୍ରଥମଥର ପାଇଁ ୬ହଜାର ଟପିଯାଇଛି ମୃତ୍ୟୁ ସଂଖ୍ୟା । ବିହାରରେ ପୂର୍ବରୁ ହୋଇଥିବା ୩ ହଜାର  ୯୫୧ ମୃତ୍ୟୁସଂଖ୍ୟା ନୂଆଭାବେ ଯୋଡାଯାଇଛି । ତେବେ ବିହାରର ପୁରୁଣା ମୃତ୍ୟୁସଂଖ୍ୟାକୁ ଛାଡି ଦେଶରେ ଗତ ୨୪ ଘଂଟାରେ ୨ହଜାର୧୯୭ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ୯୪ ହଜାର ୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କରୋନା ମହାମାରୀର ଅଲୋଡା ରେକର୍ଡ । ଗୋଟିଏ ଦିନରେ ୬,୧୪୮ଜଣଙ୍କ ମୃତ୍ୟୁ । ଗତ ୨୪ ଘଂଟାରେ ଦେଶରେ ସର୍ବାଧିକ ୬ହଜାର ୧୪୮ ଜଣଙ୍କ ଭୂତାଣୁ ଜନିତ ମୃତ୍ୟୁ ଘଟିଛି । ଏହା ସହ ଦେଶର ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି ।

କୋଭିଡ୍ ଜନିତ ମୃତ୍ୟୁସଂଖ୍ୟାରେ ବିହାର ସରକାର ବ୍ୟାପକ ସଂଶୋଧନ କରିବା ପରେ ଏବେ ତାହା ୭୨ ପ୍ରତିଶତ ବୃଦ୍ଧି ପାଇ ୯ହଜାର ଟପିଛି । ଏଭଳି ଅଚାନକ ବୃଦ୍ଧି କେନ୍ଦ୍ର ସରକାରଙ୍କ ଦୈନିକ କୋଭିଡ ମୃୃତ୍ୟୁ ହିସାବକୁ ମଧ୍ୟ ପ୍ରଭାବିତ କରିଛି

ଏପ୍ରିଲ ଓ  ମେ ମାସରେ  ଦ୍ୱିତୀୟ ଲହରର  ଦ୍ରୁତ ସଂକ୍ରମଣ ବେଳେ ବିହାର ସରକାର ସଂକ୍ରମଣ  ଓ  ମୃତ୍ୟୁ ସଂଖ୍ୟା ଲୁଚାଉଥିବା  ଅଭିଯୋଗ ଉଠିଥିଲା  ।  ପରେ ହାଇକୋର୍ଟଙ୍କ  ନିର୍ଦ୍ଦେଶ ମୁତାବକ ହୋଇଥିବା  ଅଡିଟ ରିପୋର୍ଟ  ଅନୁସାରେ ୨୦୨୦  ଏବଂ  ୨୦୨୧  ମାର୍ଚ୍ଚ ମଧ୍ୟରେ ବିହାରରେ କୋଭିଡ ଯୋଗୁଁ  ୧ ହଜାର ୬ଶହ  ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ  ପ୍ରାୟ  ୬ଗୁଣ  ଅଧିକ  ଅର୍ଥାତ  ୭ହଜାର  ୭୭୫ ଜଣଙ୍କ  ମୃତ୍ୟୁ ହୋଇଛି । ସବୁ ଜିଲ୍ଲାରେ  ଯାଂଚ କରାଯିବା  ପରେ  ୭୨ ପ୍ରତିଶତ  ଅଧିକ ମୃତ୍ୟୁ ହୋଇଥିବା ଜଣାପଡିଛି  ।

ମୃତ୍ୟୁ ସଂଖ୍ୟା ହିସାବରେ ବିହାର ଏବେ ୧୭ତମ  ସ୍ଥାନରୁ ୧୨ତମ ସ୍ଥାନକୁ ଉଠିଛି ।  ଏହାସହ ବିହାରର ଏବେ ମୃତ୍ୟୁହାର ୪୨.୧ ପ୍ରତିଶତକୁ ବୃଦ୍ଧିପାଇଛି । ତେବେ ବିହାର ରାଜଧାନୀ ପାଟଣାରେ ସର୍ବାଧିକ ୨ହଜାର ୩୦୩ ଜଣଙ୍କ ମୃତ୍ୟୁ ହୋଇଛି ।