କରୋନା : କମିଲା ସଂକ୍ରମଣ, ହେଲେ ବଢିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୫୩ ହଜାର ୪୮୦ ନୂଆ ମାମଲା ଚିହ୍ନଟ

105

କନକ ବ୍ୟୁରୋ : ଲଗାତର କିଛିଦିନ ହେଲା ୬୦ ହଜାର ଉପରେ ରହୁଥିବା ଦୈନିକ କରୋନା ସଂକ୍ରମଣ ମାମଲା ଦୁଇଦିନରେ ସାମାନ୍ୟ କମିଛି । ଗତ ୨୪ ଘଂଟାରେ ସାରାଦେଶରୁ ୫୩ ହଜାର ୪୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବ ୨୪ ଘଂଟାରେ ମଧ୍ୟ ୬୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଉଦବେଗର ବିଶୟ ହେଉଛି ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଆସିଛି ।

ଗତ ୨୪ ଘଂଟାରେ ସାଢେ ୩ ଶହରୁ ଅଧିକ ଲୋକ ସାରାଦେଶରେ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ୍ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୨ ହଜାର ୫୬୬ରେ ପହଂଚିଛି । ସେହିପରି ସାରାଦେଶରେ ବର୍ତମାନ ସୁଦ୍ଧା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ତେବେ ୧ କୋଟି ୧୪ ଲକ୍ଷ ୩୪ ହଜାର ୩୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସାରାଦେଶରେ କରୋନା ଟିକାକରଣକୁ ଜୋରଦାର କରାଯାଇଥିବାବେଳେ, ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଦେଶରେ ମୋଟ୍ ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ ଜଣଙ୍କ ଟିକାକରଣ ହୋଇଛି ।