ପୁଣି ବଢିଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୪୪, ୬୫୮ ନୂଆ ସଂକ୍ରମିତ ଚିହ୍ନଟ, ଆଖି ବୁଜିଛନ୍ତି ୪୯୬ । ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କ ଜୋରଦାର ପ୍ରସ୍ତୁତି ।

ପୁଣି ବଢିଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୪୪, ୬୫୮ ନୂଆ ସଂକ୍ରମିତ ଚିହ୍ନଟ, ଆଖି ବୁଜିଛନ୍ତି ୪୯୬ । ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କ ଜୋରଦାର ପ୍ରସ୍ତୁତି ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୪୪ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ କମ୍ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୪,୬୫୮ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୪୯୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୬,୦୩,୧୮୮ ଓ ମୃତ୍ୟୁସଂଖ୍ୟା ୪,୩୬,୮୬୧ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୨,୯୮୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥ ସଂଖ୍ୟା ୩,୧୮,୨୧,୪୨୮ରେ ପହଞ୍ଚିଛି। ଏହା ବ୍ୟତୀତ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୪୪,୮୯୯। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬୧,୨୨,୦୮,୫୪୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ଏସବୁ ଭିତରେ ତୃତୀୟ ଲହରର ମୁକାବିଲା ପାଇଁ ସରକାର ଆଗୁଆ ପ୍ରସ୍ତୁୂତି ଆରମ୍ଭ କରିଛନ୍ତି । ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଶିଶୁ ମାନେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥିବାରୁ ଶିଶୁଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ବେଡ ପ୍ରସ୍ତୁତ କରି ରଖାଯାଉଛି । ଯାହାଦ୍ୱାରା ତୃତୀୟ ଲହରର ସଠିକ୍ ଢଙ୍ଗରେ ମୁକାବିଲା କରାଯାଇପାରିବ । ଏହାବାଦ୍ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe