ଦେଶର କରୋନା ମିଟର : ଦିନକରେ ୩୮ ହଜାର ୭୯୨ ଆକ୍ରାନ୍ତ ଚିହ୍ନଟ, ୬୨୪ ମୃତ

45

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ୩୮,୭୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୨୪ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୪୧ ହଜାର ଜଣ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୯ଲକ୍ଷ ୪୬ ହଜାର ୭୪ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୩କୋଟି ୧ଲକ୍ଷ ୪ହଜାର ୭୨୦ଜଣ । ଏବେ ବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪ ଲକ୍ଷ ୨୯ ହଜାର ୯୪୬ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୪୦୮ । ଅନ୍ୟପକ୍ଷରେ ଗତକାଲି ଦେଶରେ ମୋଟ ୩୭ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୮,୭୬,୯୭,୯୩୫ ଜଣଙ୍କୁ ଟିକା ଦିଆଯାଇଛି ।